ନୂଆଦିଲ୍ଲୀ: ହିନ୍ଦୀରେ ରିମେକ ହେବ ‘ବୋଉ ବୁଟୁ ଭୂତ’ । ଚଳିତ ବର୍ଷ ରିଲିଜ ହୋଇଥିବା ବାବୁସାନଙ୍କ ଅଭିନିତ ଫିଲ୍ମ ବୋଉ ବୁଟୁ ଭୂତ ହିନ୍ଦୀ ଭାଷାରେ ନିର୍ମାଣ ହେବ , ଫିଲ୍ମକୁ ନିର୍ମାଣ କରିବ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ । ଏନେଇ ଧର୍ମା ପ୍ରଡକ୍ସନରୁ ନୋଟିସ ଜାରି କରାଯାଇଛି । ଫିଲ୍ମରେ ରିମେକ ରାଇଟସ ପାଇଁ ନୋଟିସ ୧୫ ଦିନ ଭିତରେ ଚୁକ୍ତି କରିବ ବୋଉ ବୁଟୁ ଭୂତର ପ୍ରଡକ୍ସନ ଟିମ । ବାବୁସାନ ଫିଲ୍ମ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଫିଲ୍ମ ବୋଉ ବୁଟୁ ଭୁତ ସାରା ଓଡିଶାରେ ୬୧ ଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା । ମୁଖ୍ୟ ଭୂମିକାରେ ଅଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଥିଲେ ନାୟିକା ଅର୍ଚ୍ଚିତା। ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା। ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ହରର କମେଡି ଚଳଚ୍ଚିତ୍ର ସବୁଠୁ ଓଡିଆ ଇଣ୍ଡଷ୍ଟ୍ରିରେ ଲାଭଦାୟକ ଚଳଚ୍ଚିତ୍ର ।










