17.1 C
Bhubaneswar
Sunday, February 8, 2026
Homeଓଡିଶାନିରାମିଷ ଖାଦ୍ୟରୁ ବାହାରିଲା ହାଡ଼

ନିରାମିଷ ଖାଦ୍ୟରୁ ବାହାରିଲା ହାଡ଼

ଯୋଡ଼ା: କେନ୍ଦୁଝର ଜିଲ୍ଲା ବିଲେଇପଦା ସ୍ଥିତ ଟାଟା ସ୍ପଞ୍ଜ କ୍ୟାଣ୍ଟିନ୍‌ରେ ଖାଇଲା ବେଳେ ସାଧା ଖାଦ୍ୟରୁ ହାଡ଼ ବାହାରିଛି। ଏ ନେଇ ଶ୍ରମିକମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ସେ କୁକୁଡ଼ା କିମ୍ବା ଛେଳି ହାଡ଼ ଆମ୍ଭେ କହିପରିବୂ ନାହିଁ। ଏପରି ସାଧାରନ୍ଧା ଖାଦ୍ୟରେ ହାଡ଼ ବାହାରିଥିଲା, ଯାହାକି କମ୍ପାନୀ କତୃପକ୍ଷ ମଧ୍ୟ ଦେଖିଛନ୍ତି। ଏହି ଘଟଣା ପ୍ରଥମ ଥର ଘଟିଛି। ଶ୍ରମିକଙ୍କ କହିବା ଅନୁଯାୟୀ ପୂର୍ବ ଭେଣ୍ଡର କ୍ୟାଣ୍ଟିନ ଚଳାଉଥିବା ବେଳେ ଏପରି ଖାଦ୍ୟ କେବେ କରିନଥିଲା। ନୂତନ ଭାବେ କାମ ନେଇଥିବା ଭେଣ୍ଡର୍ ଯିଏ କି ଗୀତା ହସ୍ପିଟାଲାଟି ସର୍ଭିସେସ ଜାନୁଆରୀ ମାସରେ କାମ ଆରମ୍ଭ କରିବା ପରେ ଏପରି ଦେଖିବାକୁ ମିଳିଛି। ତେବେ ଟାଟା ସ୍ପଞ୍ଜ ପ୍ଲାଣ୍ଟ୍‌ରେ ପ୍ରତ୍ୟେକ ଦିନ ଚାରି ଶହରୁ ପାଞ୍ଚ ଶହ ଶ୍ରମିକ କାମ କରି ଖାଦ୍ୟ ଖାଇଥାନ୍ତି।

କିନ୍ତୁ ଏପରି ଖାଦ୍ୟରେ ଅପମିଶ୍ରିତ ହେଲା କିପରି ତାହା ତଦନ୍ତ କରିବା ଆବଶ୍ୟକ ବୋଲି ଶ୍ରମିକମାନେ ଦାବି କରିଛନ୍ତି। ଏପରି ଖାଦ୍ୟରେ ଅପମିଶ୍ରିତ ସବୁଠାରୁ ଭୟଙ୍କର ଏବଂ ଲୋକଙ୍କ ଜୀବନ ସହ ଖେଳ ବୋଲି ଶ୍ରମିକମାନେ କହିଥିଲେ। ଘଟଣା ସମ୍ପର୍କରେ କମ୍ପାନୀର ଏଚ୍‌ଆର୍ ରବି ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ ଯେ ହଁ, ବାହାରି ଥିଲା। ଏହାର ସଠିକ୍ ଭାବେ ତଦାରଖ କରି ଉପଯୁକ୍ତ କାର୍ଯ୍ୟ କରାଯିବ। ଆଗାମୀ ଦିନରେ ଏପରି ଘଟଣା ନ ଘଟିବା ନିମନ୍ତେ ଶ୍ରମିକଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ରୋଷେଇ ଘର ଏବଂ ଖାଇବା ଜାଗାରେ ସି.ସି.ଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ମଧ୍ୟ ଖୁବ ଶୀଘ୍ର କରାଯିବ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking