25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ

ପ୍ୟାରିସ୍‌: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଏକ ରେଳ ଧାରଣା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଅଫୁଟା ବୋମା ଠାବ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଏସମ୍ପର୍କରେ ସୂଚନା ମିଳିିବା ପରେ ଘଟଣାସ୍ଥଳରେ ଏକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଏହା ଏକ ଅଫୁଟା ବୋମା ବୋଲି ସ୍ପଷ୍ଟ କରିବା ପରେ ଏହାକୁ ନେଇ ଭୟ ସଞ୍ଚାର ହୋଇଛି। ଅନ୍ୟପକ୍ଷେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ରେଳ ଧାରଣାରୁ ମିଳିବା ପରେ ଲଣ୍ଡନ ଏବଂ ଉତ୍ତର ଅଭିମୁଖେ ଯାଉଥିବା ସମସ୍ତ ୟୁରୋଷ୍ଟାର ଟ୍ରେନକୁ ଶୁକ୍ରବାର ଅଟକାଇ ଦିଆଯାଇଛି ବୋଲି ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି। ଏଥିସହ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ୟୁରୋଷ୍ଟାର ହେଉଛି ବ୍ରିଟେନରେ ଏକ ଟ୍ରେନ୍ ସେବା। ଫ୍ରାନ୍ସର ନ୍ୟାସନାଲ ରେଲ ଅପରେଟର ‘ଏସ୍‌ଏନ୍‌ସିଏଫ୍‌’ ଏକ ବିବୃତି ଜାରି ପୂର୍ବକ ଏସମ୍ପର୍କରେ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking