21.1 C
Bhubaneswar
Saturday, February 14, 2026
Homeଓଡିଶାସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଗଞ୍ଜାମ : ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁରେ ଏହି ବୋମାମାଡ଼ ହୋଇଛି। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ବିଳମ୍ବିତ ରାତିରେ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ୫ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ପକାଇ ଚମ୍ପଟ ମାରିଥିଲେ। ବୋମାମାଡରେ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ କିଛି କ୍ଷତି ହୋଇ ନାହିଁ। ରାଜନୈତିକ ଶତ୍ରୁତା ପାଇଁ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଘରକୁ ବୋମାମାଡ଼ କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ବୋମାମାଡ଼ ପରେ ସରପଞ୍ଚଙ୍କ ପରିବାର ସଦସ୍ୟ ଭୟବୀତ ଅବସ୍ଥାରେ ଅଛନ୍ତି। ବୋମାମାଡ଼ ପରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking