ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି କାଁପଡାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷରୁ ମାରପିଟ୍ ପରେ ବୋମାମାଡ ମଧ୍ୟ ହୋଇଥିଲା । ଏହି ସଂଘର୍ଷରେ ୭ ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୩ ତିହିଡି ମେଡିକାଲ ଏବଂ ୪ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ମୁତୟନ କରାଯାଇଛି ।