ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସନ୍ ଦୋକାନ ଉପରେ ବୋମାମାଡ଼ ଓ ଏସିଡ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଦୋକାନୀ ଓ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଆଜି ଅପରାହ୍ଣରେ ଏହି ଆକ୍ରମଣ ହୋଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ବ୍ରଜବନ୍ଧୁ ମହାପାତ୍ର ଓ ଆଲୋକ ମହାପାତ୍ର। ଏହି ଘଟଣାରେ ଅଭିଯୁକ୍ତ ଶୁକଦେବ ମିଶ୍ର ଫେରାର ଅଛି। ଏହି ଆକ୍ରମଣରେ ବ୍ରଜବନ୍ଧୁଙ୍କ ସମେତ ଆଲୋକ ମଧ୍ୟ ଆହତ ହୋଇଥିଲେ। ଉଭୟ ଦୋକାନୀ ଓ ଗ୍ରାହକ ଆକ୍ରମଣ ଶିକାର ହୋଇ ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଶୁକଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।