ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲଗୁଡିକୁ ପୁଣି ଥରେ ବୋମା ଧମକ ଫୋନରେ ଥରି ଉଠିଛି । ଏହି ଫୋନ୍ଗୁଡିକ ଲକ୍ଷ୍ମୀ ନଗର, ମୟୂର ବିହାର ଏବଂ ରୋହିଣୀର ସ୍କୁଲଗୁଡିକ ପାଇଥିଲେ । ସୂଚନା ଅନୁଯାୟୀ, ସକାଳେ ଏହି ଅଞ୍ଚଳଗୁଡିକରେ ବୋମା ଧମକ କରି ଫୋନ କଲ୍ ଆସିଥିଲା । ତରୁନ୍ତ ଖବର ପାଇ ପୋଲିସ ଏବଂ ବମ୍ ସ୍କ୍ୱାଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ସ୍କୁଲଗୁଡିକୁ ବୋମା ଧମକ ଫୋନ୍ କଲ୍ କିମ୍ବା ଇମେଲ୍ ମାଧ୍ୟମରେ ମିଳିଛି । ଅଧିକାଂଶ ଧମକ ମିଥ୍ୟା ବୋଲି ଜଣାପଡିଛି । ତଥାପି, ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରତ୍ୟେକ କଲକୁ ଗମ୍ଭୀରତାର ସହ ନେଇ ସ୍କୁଲଗୁଡିକୁ ଖାଲି କରି ସର୍ଚ୍ଚ ଅପରେସନ ଚଳାଇଥିଲା । ଚଳିତ ବର୍ଷ ପ୍ରାୟ ୧୫୦ଟି ଏପରି ଘଟଣା ରିପୋର୍ଟ ହୋଇଛି ।










