14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସ୍କୁଲକୁ ବୋମା ଧମକ : ୧୨ ଛାତ୍ର ଗିରଫ

ସ୍କୁଲକୁ ବୋମା ଧମକ : ୧୨ ଛାତ୍ର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ ଘଟଣାରେ ୧୨ ଜଣଙ୍କୁ  ଗିରଫ କରାଯାଇଛି  ।ବୋମା ଧମକ ମାମଲାରେ  ୧୨ ଜଣ ନାବାଳକ ଛାତ୍ରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଇ- ମେଲରେ ବିଭିନ୍ନ  ସ୍କଲକୁ  ଉଡାଇ ଦେବାକୁ ଧମକ ଦେଇଥିଲେ । ସେ କହିଛନ୍ତି ଯେ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ସେ ଧମକପୂର୍ଣ୍ଣ ଇ-ମେଲ ସ୍କୁଲଗୁଡ଼ିକ ପଠାଇଥିବା ସ୍ୱୀକାର କରିଛି। ତାକୁ ଏବେ ଅଟକ ରଖାଯାଇଛି। ସେ ସ୍କୁଲରେ ପରୀକ୍ଷା ବନ୍ଦ କରିବାକୁ ଏପରି ନାଟକ କରିଥିଲା। ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି। ସେମାନଙ୍କୁ ଜେରା କରିବା ବେଳେ ସବୁ କଥା ସାମ୍ନାକୁ ଆସିଥିଲା। ତେବେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking