ନୂଆଦିଲ୍ଲୀ: ସଂସଦ ଭବନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ୧୩ ତାରିଖ ଦିନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଧମକ ମିଳିଛି । ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ । ଖଲିସ୍ତାନ ନାଁରେ ମେଲରେ ଆସିଛି ବୋମା ଧମକ । ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲରେ ଉଲ୍ଲେଖ କରାଯାଇଛି । ବୋମା ଧମକ ପରେ ରାଜଧାନୀ ଦିଲ୍ଲୀ ହାଇଆଲର୍ଟରେ ରହିଛି ।ସୂଚନା ପାଇବା ପରେ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ, ବମ ସ୍କ୍ୱାଡ ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ସୂଚନାଥାଉକି, ଏହା ପ୍ରଥମ ଘଟଣା ନୁହେଁ, ଏଭଳି ଖବର ବାରମ୍ବାର ଆସୁଛି । ଜାନୁଆରୀ ୨୮ ତାରିଖରେ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡର ଅତିକମରେ ୩୦ଟି ସ୍କୁଲକୁ ବୋମା ଧମକ ଇମେଲ ମିଳିଥିଲା । ଯାହା ଫଳରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।










