18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶହସ୍ପିଟାଲକୁ ବୋମା ଧମକ

ହସ୍ପିଟାଲକୁ ବୋମା ଧମକ

ନୂଆଦିଲ୍ଲୀ : ମୁମ୍ବାଇର ଅନେକ ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଏବେ ପୁଲିସ ଆଲର୍ଟ ମୁଡ୍‌ରେ ରହିଛି। ବିଭିନ୍ନ ହସ୍ପିଟାଲର ଯାଞ୍ଚ କରାଯାଇଛି। ତେବେ ଡାକ୍ତରଖାନାରୁ ସେଭଳି କୌଣସି ସନ୍ଦେହଜନକ ଜିନିଷ ମିଳି ନାହିଁ। ସୂଚନା ମୁତାବକ, ମଙ୍ଗଳବାର ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଇ-ମେଲ୍‌ ଜରିଆରେ ଏହି ଧମକ ଆସିଥିଲା। ଭିପିଏନ୍‌ ନେଟଓ୍ୱର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ତେବେ ଇମେଲ ପଠାଇଥିବା ବ୍ୟକ୍ତି ଏବଂ ଧମକର କାରଣ ଏଯାବତ ଜଣାପଡ଼ିନାହିଁ। ଭିପିଏନ୍‌ ନେଟଓ୍ୱର୍କ ପାଇଁ ଅଭିଯୁକ୍ତଙ୍କ ଯାଏ ପହଞ୍ଚିବା କଷ୍ଟକର ହୋଇଛି। ପୁଲିସ କହିବା ଅନୁସାରେ ସବୁ ଧମକପୂର୍ଣ୍ଣ ଇ-ମେଲ୍‌ ଗୋଟିଏ ଆଇଡି Beeble.Com ଆସିଥିଲା। ଏହି ଓ୍ୱେବ୍‌ସାଇଟ୍‌ର ସର୍ଭୀ ସାରଇପ୍ରସ୍‌ରେ ଚିହ୍ନଟ ହୋଇଥିଲା। ହସ୍ପିଟାଲର ବେଡ୍‌ ଓ ବାଥରୁମ୍‌ରେ ବୋମା ରଖାଯାଇଥିବା ମେଲ୍‌ ଜରିଆରେ କୁହାଯାଇଥିଲା। ତେବେ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ। ଏହାପୂର୍ବରୁ ଦେଶର ୪୧ ବିମାନବନ୍ଦରକୁ ମଙ୍ଗଳବାର ବୋମା ଯୋଗେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଏହା ପରେ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ଘଣ୍ଟା ଘଣ୍ଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା। ହେଲେ ସବୁଗୁଡ଼ିକ ଗୁଜବ ବୋଲି ଜଣାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking