28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶସେନା ସ୍କୁଲକୁ ବୋମା ଧମକ

ସେନା ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଆର୍ମି ପବ୍ଲିକ ସ୍କୁଲ, ଧୌଲା କୁଆଁ ଏବଂ ବାୟୁସେନା ବାଲ ଭାରତୀ ସ୍କୁଲ, ଲୋଧି ରୋଡକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି । ସୂଚନା ପାଇବା ପରେ ସାଙ୍ଗେସାଙ୍ଗେ ସ୍କୁଲ ପରିସରକୁ ଖାଲି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ଅଧିକାରୀଙ୍କ କହିବା ଅନୁସାରେ ଏଯାଏଁ ଘଟଣାସ୍ଥଳରୁ କିଛି ଉପକରଣ , ସନ୍ଦେହଜନକ ବସ୍ତୁ ମିଳିନାହିଁ । ଘଟଣାସ୍ଥଳରେ ସୁରକ୍ଷା ଏଜେନ୍ସି ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ଉକ୍ତ ଅଞ୍ଚଳରେ ଯେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ରିପୋର୍ଟ କରିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେନା ସ୍କୁଲ ଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ତେବେ ଏଭଳି ବୋମା ଧମକ କଲ, ଇମେଲ ନୁଆ ନୁହେଁ, ଏମିତି ବାରମ୍ବାର ଖବରପ ପ୍ରସାରିତ ହେଉଛି । ସୂଚନା ଥାଉ କି, କିଛିଦିନ ତଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସିବିଏସଇ ପରୀକ୍ଷା ଚାଲିଥିବା ବେଳେ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଥିଲା । ଅଧିକାରୀମାନେ ସୂଚନା ପାଇବା ପରେ ସ୍କୁଲଗୁଡିକରେ ପୋଲିସ ଦଳ, ବୋମା ନିଷ୍କ୍ରିୟା ଦଳ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking