23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପୁଣି  ମୁମ୍ବାଇ ବିମାନ ବନ୍ଦରକୁ  ମିଳିଲା ବୋମା ଧମକ  

ପୁଣି  ମୁମ୍ବାଇ ବିମାନ ବନ୍ଦରକୁ  ମିଳିଲା ବୋମା ଧମକ  

ନୂଆଦିଲ୍ଲୀ  : ବିମାନକୁ ବୋମା ଧମକ । ପୁଣି ଥରେ ଏକ ଅଜଣା ବ୍ୟକ୍ତି  ବିମାନ ବନ୍ଦରକୁ  ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି  । ଗତ କିଛି ତଳେ  ଅନେକ ବିମାନକୁ ବୋମା ଧମକ ମିଳି ସାରିଥିବା ବେଳେ  ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଜଣେ ଅଜ୍ଞାତ ବ୍ୟକ୍ତି ବିମାନ ବନ୍ଦରକୁ ଉଡ଼ାଇବା ପାଇଁ ଷଡଯନ୍ତ୍ର କରିଥିବା ଧମକ ଦେଇ କହିଛନ୍ତି। ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ  କଣ୍ଟ୍ରୋଲ ରୁମକୁ ଏହି କଲ୍ ମିିଳିଥିଲା। ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ଜଣକ କହିଥିଳେ କି ମୁମ୍ବାଇରୁ ଆଜେରବାଇଜାନ ଅଭିମୁଖେ ବିମାନରେ ଯାଉଥିବା ଯାତ୍ରୀ ମହମ୍ମଦ ବିସ୍ଫୋରକ ସାମଗ୍ରୀ ନେଇ ଯାଉଛନ୍ତି ବୋଲି।ଏହି ଧମକ ପାଇବା ପରେ ସିଆଇଏସ୍ଏଫ୍ ତୁରନ୍ତ ପୁଲିସକୁ ସତର୍କ କରାଇ ବିମାନବନ୍ଦର ପରିସରରେ ସୁରକ୍ଷାକର୍ମୀଙ୍କୁ ତ୍ୱରାନ୍ୱିତ କରିଥିଲା। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ତଦାରଖକୁ ତୀବ୍ର କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ବିମାନ ଧମକ  ମଧ୍ୟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି    ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking