ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନରେ ବୋମା ଧମକ ଚିଠି ମିଳିଲା । ଯାହା ଫଳରେ ବିମାନକୁ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଥିଲା । ଇଣ୍ଡିଗୋର ବିମାନ ୬ଇ- ୭୩୦୪ କୋଲକାତାରୁ ମେଘାଳୟର ଶିଲଂକୁ ଉଡାଣ ଭରୁଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନର ଶୌଚାଳୟ ଭିତରେ ଏକ ଚିଠି ମିଳିଥିଲା । ଯାହା ବୋମା ଭୟ ସୃଷ୍ଟି କରିଥିଲା । ତାପରେ ବିମାନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବିମାନ ବନ୍ଦର ପରିସରକୁ ବ୍ୟାପକ କଡାକଡି କରାଯାଇଛି । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ତେବେ କିଏ ଓ କାହିଁକି ବିମାନକୁ ବୋମା ଧମକ ପଠାଇଲା ତାହାର କାରଣ ଖୋଜୁଛି ପୋଲିସ ।










