28.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶବୋମା ଧମକ ଦେଉଥିବା ବ୍ୟକ୍ତି ଗିରଫ; ଆତଙ୍କବାଦ ଉପରେ ବହି ଲେଖିଛି ଅଭିଯୁକ୍ତ

ବୋମା ଧମକ ଦେଉଥିବା ବ୍ୟକ୍ତି ଗିରଫ; ଆତଙ୍କବାଦ ଉପରେ ବହି ଲେଖିଛି ଅଭିଯୁକ୍ତ

ନାଗପୁର: ମହାରାଷ୍ଟ୍ରର ନାଗପୁରର ମନୀଷ ନଗର ଅଞ୍ଚଳରୁ ଜଗଦୀଶ ଉଇକେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବାରେ ସ୍ଥାନୀୟ ପୁଲିସ୍ ସଫଳ ହୋଇଛି। ରିପୋର୍ଟ ଅନୁସାରେ ଜଗଦୀଶ ଦେଶରେ ଚଳାଚଳ କରୁଥିବା ଅନେକ ବିମାନ ସଂସ୍ଥାକୁ ମିଛରେ ଫୋନ୍ କରି ବୋମା ଧମକ ଦେଇଥିଲେ। ଏଥିସହ ସେ ଆତଙ୍କବାଦ ଉପରେ ମଧ୍ୟ ଏକ ପୁସ୍ତକ ରଚନା କରିଥିବା ଜଣାପଡିଛି। ଜଗଦୀଶ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାର ସ୍ଥାୟୀ ନିବାସୀ ହୋଇଥିବା ବେଳେ ସେ ବୃତ୍ତିରେ ଜଣେ ଲେଖକ।

ଜଗଦୀଶ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମେଲ୍ ଯୋଗେ ଅନେକ ସ୍ଥାନରେ ବୋମା ତଥା ବିସ୍ଫୋରଣ ଧମକ ଦେଇଥିବା ସ୍ୱୀକାର କରିଛନ୍ତି। କେବଳ ଏତିକି ନୁହେଁ, ଅକ୍ଟୋବର ୨୫ରୁ ଅକ୍ଟୋବର ୩୦ ମଧ୍ୟରେ ୩୦ ସ୍ଥାନରେ ବିସ୍ଫୋରଣ ଘଟାଇବା ନେଇ ଧମକପୂର୍ଣ୍ଣ ମେଲ୍ ସେ ହିଁ କରିଥିଲେ ବୋଲି ମଧ୍ୟ ପୁଲିସ୍ ନିକଟରେ ମାନିିଛନ୍ତି। ନାଗପୁର ଡିସିପିଙ୍କ ସୂଚନା ଅନୁଯାୟୀ, ଜଗଦୀଶଙ୍କ ମୋବାଇଲ, ଲାପଟପ୍ ଆଦି ଜବତ କରିଥିବା ବେଳେ ସେଥିରୁ ବିଭିନ୍ନ ସ୍ଥାନକୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଧମକପୂର୍ଣ୍ଣ କଲ ଓ ମେସେଜ ଓ ମେଲ୍ କରିଥିବା ଜଣାଯାଇଛି।

ଏପରିକି ଜଗଦୀଶ, କେନ୍ଦ୍ରମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ଭଳି ହାଇପ୍ରୋଫାଇଲ୍ ବ୍ୟକ୍ତିବିଶେଷଙ୍କ ପାଖକୁ ମଧ୍ୟ ଧମକପୂର୍ଣ୍ଣ ମେସେଜ ପଠାଇଥିବା ଏଥିରୁ ଜଣାପଡିଛି। ପ୍ରକାଶ, ଏହାପୂର୍ବରୁ ମଧ୍ୟ ଜଗଦୀଶଙ୍କୁ ଏପ୍ରକାର ଏକ ମାମଲାରେ ୨୦୨୧ ମସିହାରେ ଗିରଫ କରାଯାଇଥିଲା। ତେବେ ଜଗଦୀଶଙ୍କର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରହିଛି କି ନାହିଁ ସେସମ୍ପର୍କରେ ଏବେ ତଦନ୍ତ କରାଯାଉଛି। ତେବେ ଜଗଦୀଶ କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ ଆକାରରେ ଏସବୁ କରୁଥିଲେ ବୋଲି ପୁଲିସ୍ ଅନୁମାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking