25.1 C
Bhubaneswar
Friday, October 25, 2024
Homeଦେଶ ବିଦେଶଶୁକ୍ରବାର ତିରୁପତିରେ ବୋମା ଆତଙ୍କ

ଶୁକ୍ରବାର ତିରୁପତିରେ ବୋମା ଆତଙ୍କ

ବ୍ୟୁରୋ:  ଗତ କିଛି ଦିନ ହେବ  ଅନେକ ଭାରତୀୟ  ଜାତୀୟ ଓ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳୁଥିବା ବେଳେ  ନିକଟରେ ତିରୁପତି ମନ୍ଦିରକୁ  ବି ସମାନ ଧମକ ମିଳିଛି ।  ତିରୁପତି ମନ୍ଦିର ପରିସରରେ ଥିବା ଅନେକ ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ  ମିଳିଥିବା ସୂଚନା ରହିଛି ।  ଏହି ଧମକକୁ ଜବାବ ଦେଇ ପୁଲିସ ଏବଂ ପୁଲିସ କୁକୁରମାନେ ହୋଟେଲଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ ।  ଯାହା ନିଶ୍ଚିତ  କରିଛି   ସେପରି କୌଣସି ବିପଦ ନାହିଁ । କୌଣସି ପ୍ରକାରର  ସନ୍ଦେହ ଜନକ ସାମଗ୍ରୀ  ଉଦ୍ଧାର ନହେବାରୁ ସ୍ପଷ୍ଟ ହୋଇଛି ଯେ  ଏହା ଏକ ମିଥ୍ୟା ଧମକ ଥିଲା । କେବଳ ଆତଙ୍କ ସୃଷ୍ଟି କରିବା ପାଇଁ  କେହି ଜଣେ ଏପରି ଧମକ ଦେଇଛନ୍ତି । ଏହି ଇମେସ ଡ୍ରଗ କିଙ୍ଗପିନ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି ଯିଏକି ଚଳିତ ବର୍ଷ ଫେବୃଆରୀ ମାସରେ ଗିରଫ ହୋଇଥିଲେ ।  ଏହି ଧମକର କାରଣ କଣ ଖୋଜିବା ପାଇଁ  ପୁଲିସ ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking