ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଉଦ୍ଧାର । ରେଳ ୱାଗନ ଭିତରୁ ବୋମା ଜବତ କରାଯାଇଛି । ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ ବେଳେ ଉଦ୍ଧାର ହୋଇଛି । ଯାଞ୍ଚ ସମୟରେ ରେଲୱେ ପୋଲିସ ଓ ରେଳ କର୍ମଚାରୀ ୧୨ଟି ବୋମା ଜବତ କରିଥିଲେ । ବୋମାଗୁଡିକୁ ସଇଁତଳା ଅଡିନାନ୍ସ ଫେକ୍ଟୋରୀର ହୋଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ତେବେ ଜବତ ପରେ ସମସ୍ତ ବୋମା ଅଡିନାନ୍ସ ଫ୍ୟାକ୍ଟ୍ରିକୁ ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ତେବେ ରେଳ ୱାଗନରୁ ବୋମା କିପରି ଆସିଲା ଏଯାଏଁ ଅସ୍ପଷ୍ଟ ।