ଭୁବନେଶ୍ୱର: ଆଜାଦନଗର ବୋମା ବିସ୍ଫୋରଣ ଘଟଣା । ଯାଞ୍ଚ ପରେ ରିପୋର୍ଟ ପ୍ରଦାନ କଲେ ଅନଆଇଏ ଟିମ୍ । ମୁଖ୍ୟାଳୟକୁ ରିପୋର୍ଟ ଦେଲା ଏନଆଇଏ ଟିମ୍ । କୌଣସି ଆତଙ୍କବାଦୀ ଲିଙ୍କ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଘଟଣାର ତଦନ୍ତ କରୁଛି କମିସନରେଟ୍ ପୋଲିସ । ବୋମା ବିସ୍ଫୋରଣରେ ଆହତ ଏବେ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହେବା ପରେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଆଜାଦ ନଗରରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିଲା । ଘଟଣା ପରେ ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ୱର ଡିସିପି ।
ସେ କହିଥିଲେ ଯେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ । ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲ୍ଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି । ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ତଦନ୍ତ ଜାରି ରହିଛି । ଅନ୍ୟପଟେ, ଘଟଣା ପରେ ଏନଆଇଏ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନଆଇଏର ଜେରା କରିଥିଲା । ବିସ୍ଫୋରଣ ପଛରେ ବଡ ଚକ୍ରାନ୍ତ ଆଶଙ୍କାରେ ଏନଆଇଏର ଜେରା କରିଥିଲା । ତଦନ୍ତ ପରେ ଆଜି ମୁଖ୍ୟାଳୟକୁ ରିପୋର୍ଟ ଦେଇଛି ଏନଆଇଏ ଟିମ୍ ।










