18.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶପାକିସ୍ତାନରେ ବୋମାମାଡ : ୫ ମୃତ

ପାକିସ୍ତାନରେ ବୋମାମାଡ : ୫ ମୃତ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ମସଜିଦରେ ହୋଇଥିବା ବୋମା ବିସ୍ଫୋରଣରେ ପାଖାପାଖି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି ।ବରିଷ୍ଠ ପୋଲିସ ଅଧିକାରୀ ଅବଦୁଲ ରସିଦଙ୍କ ଅନୁଯାୟୀ, ବିସ୍ଫୋରଣଟି ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଆକ୍କୋରା ଖଟ୍ଟାକ ଜିଲ୍ଲାରେ ଘଟିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଥିବା ବେଳେ ମୃତକ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ହୋଇନାହାଁନ୍ତି। ମୁସଲମାନମାନଙ୍କର ପବିତ୍ର ରମଜାନ ମାସ ପୂର୍ବରୁ ଏହି ଆକ୍ରମଣ ସଂଗଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking