27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପାକିସ୍ତାନରେ ବୋମା ବିସ୍ଫୋରଣ: ୪ ମୃତ

ପାକିସ୍ତାନରେ ବୋମା ବିସ୍ଫୋରଣ: ୪ ମୃତ

ପାକିସ୍ତାନ: ମଙ୍ଗଳବାର ଦିନ ପାକିସ୍ତାନର କ୍ୱେଟାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। । ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନାର ଏକ ଗାଡ଼ି ଟାର୍ଗେଟ କରାଯାଇଥିଲା। ବିସ୍ଫୋରଣରେ କ୍ୱେଟା ସହରର ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। କ୍ୱେଟାର ଜରଘୁନ୍ ରୋଡରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ପ୍ରବଳ ଗୁଳି ବିନିମୟ ମଧ୍ୟ ହୋଇଥିଲା। ପୋଲିସର ସୂଚନା ଅନୁଯାୟୀ, ଜରଘୁନ୍ ରୋଡ୍ ନିକଟରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟବର୍ତ୍ତୀ କୋଠାଗୁଡ଼ିକର ଝରକା ଏବଂ ଦ୍ୱାର ଭାଙ୍ଗି ଯାଇଥିଲା।

ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଫ୍ରଣ୍ଟିୟର୍ କର୍ପସ୍ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବଖ୍ତ ମହମ୍ମଦ କକର ସହରର ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସମସ୍ତ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ଙ୍କୁ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking