16.1 C
Bhubaneswar
Saturday, December 20, 2025
Homeଓଡିଶାପିପିଲିରୁ ବୋମା ବ୍ୟାଗ ଜବତ

ପିପିଲିରୁ ବୋମା ବ୍ୟାଗ ଜବତ

ପିପିଲି: ପିପିଲିରେ ବୋମା ବ୍ୟାଗ ଜବତ କଲା ପୋଲିସ । ବ୍ୟାଗ ରେ ଦୁଇ ଅଫୁଟା ବୋମା ଉଦ୍ଧାର । ଘଟଣା ସ୍ଥଳରେ ବୋମ ସ୍କ୍ୱାର୍ଡ ପହଞ୍ଚି ବୋମା କୁ ନିଷ୍କ୍ରିୟ କରିଛି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଦୁଇ ଗୋଷ୍ଠୀ ମୁଁହା ମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ ରୁ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ତିନି ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୂର୍ବ ବିବାଦ କୁ କେନ୍ଦ୍ର କରି ପିପିଲି ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥିବା ପୋଲିସ କହିଛି ଗତକାଲି ରାତିରେ ପିପିଲି ର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ପିପିଲି ଓରକଳ ଗୁରୁ ସାହି ରାସ୍ତା ପାଣିଟାଙ୍କି ନିକଟରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ବାଇକ ଜବତ କରି ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ପଠାଇଥିଲା ।

ଆଜି ଗ୍ରାମର କିଛି ଲୋକ ରାସ୍ତାରେ ଯାଉ ଥିବା ସମୟରେ ବ୍ୟାଗ ରେ ବୋମା ଥିବା ଜାଣି ପିପିଲି ପୋଲିସ କୁ ଖବର ଦେଇଥିଲେ । ସାଇଣ୍ଟିପିକ ଟିମ ,ବୋମା ସ୍କ୍ୱାର୍ଡ ଓ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଟି ଜୀବନ୍ତ ବୋମା କୁ ଜବତ କରିଥିଲା। ଗଣ୍ଡଗୋଳ ରେ ଗତକାଲି ଏହି ବୋମା ବ୍ୟବହାର କରାଯାଇଥିବା ବେଳେ ଆଉ ଦୁଇ ଟି ଜୀବନ୍ତ ବୋମା ରହି ଯାଇଥିବା ଅନୁମାନ କରାଯାଉଛି। ଗଣ୍ଡଗୋଳ ରେ ସମ୍ପୁକ୍ତି ଥିବା ସନ୍ଦେହ ରେ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଗତ ଗଣେଶ ପୂଜା ସମୟ ରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ପାଇଁ ଏହି ଗଣ୍ଡଗୋଳ ହୋଇଥିବା ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking