18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଜାଫର ଏକ୍ସପ୍ରେସରେ ବୋମାମାଡ

ଜାଫର ଏକ୍ସପ୍ରେସରେ ବୋମାମାଡ

ନୂଆଦିଲ୍ଲୀ: ପାକିସ୍ତାନରୁ କ୍ୱେଟା ଅଭିମୁଖେ ଯାଉଥିବା ଜାଫରଏକ୍ସପ୍ରେସରେ ବିସ୍ଫୋରଣ । ସୁଲତାନ କୋଚ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ ଯାଉଥିବା ବେଳେ ରେଳ ଧାରଣାରେ ଏକ ଇମ୍ପ୍ରୋଭାଇଜଡ୍  ଏକ୍ସପୋଜଡ ଡିଭାଇସ ଆଇଡି ବିସ୍ଫୋରଣ ହୋଇଥିଲା ।  ବିସ୍ଫୋରଣ   ଶକ୍ତିଶାଳୀ ଥିଲା । ଟ୍ରେନର ୫ଟି  କୋଚ ଲାଇନଚ୍ୟୁତ ହୋଇଯାଇଥିଲା  । ଏନେଇ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ । ବିସ୍ଫୋରଣରେ ଅନେକ ଯାତ୍ରୀ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଏହି ଘଟଣା ପରେ ସେହି ରୁଟର ରେଳ ଚଳାଚଳ ବନ୍ଦ ରଖାଯାଇଛି ।  ସୁରକ୍ଷାବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ବିସ୍ଫୋରକ ଉପକରଣ କିପରି ଖଞ୍ଜାଯାଇଥିଲା ତାହା ତଦନ୍ତ ଆରମ୍ଭ ହୋଇଛି ।ସୂଚନାଥାଉକି, ମାର୍ଚ୍ଚ ୧୧ ତାରିଖରେ ଜାଫର ଏକ୍ସପ୍ରେସ୍ ଅପହରଣ କରାଯାଇଥିଲା, ଯାହା ଫଳରେ ସୁରକ୍ଷା କର୍ମୀଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୁରକ୍ଷା ବାହିନୀ ଏକ ଟାର୍ଗେଟେଡ୍ ଅପରେସନରେ ଟ୍ରେନ ଆକ୍ରମଣରେ ସାମିଲ ଥିବା ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ଏବଂ ୩୫୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking