ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡିଙ୍କ ଘର ଉପରକୁ ବୋମା ମାଡ ହୋଇଛି । ବୋମାମାଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତଙ୍କ ବୋମା ମାଡରେ ଘରଟି ଛାରଖାର ହୋଇଯାଇଛି । ଦୁର୍ବୃତ୍ତମାନେ କାମରାଜୁଙ୍କ ଘର ପଛପଟୁ ବୋମାମାଡ କରିଥିବା ବେଳେ ଘରର ବିଭିନ୍ନ ସାମଗ୍ରୀ ସମେତ କାନ୍ଥ ଫାଟିଯାଇଛି । ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମାମାଡରେ କାମରାଜୁଙ୍କ ପରିବାର ତିନି ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।










