ବୌଦ୍ଧ: ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେରୋ ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୩ ଜଣ ଗୁରୁତର ଅଛନ୍ତି । ମୃତକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁର ଟୁନା ପ୍ରଧାନ । ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।









