25.1 C
Bhubaneswar
Saturday, February 14, 2026
Homeଓଡିଶାଦୁଇ ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ବୋଲେରୋ

ଦୁଇ ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ବୋଲେରୋ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବୋଲାନି ଟାଉନସିପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ସ୍କୁଲ ପିଲାଙ୍କୁ ଧକ୍କା ଦେଇଛି ଏକ ବୋଲେରୋ ଗାଡ଼ି। ଏହି ଘଟଣା ବୋଲାନି ଥାନା ଅଞ୍ଚଳ ଅନ୍ତର୍ଗତ ବିର୍ସା ମୁଣ୍ଡା କ୍ଲବ୍ ଏବଂ ମସଜିଦ୍ ରୋଡ୍ ନିକଟରେ ଘଟିଛି। ଦୁର୍ଘଟଣାରେ ଆହତ ପିଲାମାନଙ୍କୁ ଆୟୁଷ ଲୁଗୁନ୍ ଏବଂ ରଶିକ୍ ପୂର୍ତ୍ତି ବୋଲି ଚିହ୍ନଟ କରାଯାଇଛି। ଉଭୟ ପିଲା ସ୍ଥାନୀୟ ସରକାରୀ ସ୍କୁଲରେ ପଢ଼ନ୍ତି। ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ିଗଲା। ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ବୋଲେରୋ ଡ୍ରାଇଭର ଅତ୍ୟନ୍ତ ଅସାବଧାନତାର ସହ ଗାଡ଼ି ଚଲାଉଥିଲେ, ଯାହା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ପାଖ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପିଲାଙ୍କୁ ବୋଲାନି ସେଲ୍ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଗୁରୁତର ଆହତ ହେବାରୁ ସେମାନଙ୍କୁ ପରେ କେନ୍ଦୁଝର ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା, ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ସିସିଟିଭି ଫୁଟେଜ୍ ଏବଂ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗାଡିର ମାଲିକ ଏବଂ ଡ୍ରାଇଭରଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଘଟଣା ପରେ ଅଞ୍ଚଳରେ ବହୁତ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ପୋଲିସ ନିକଟରେ ଦାବି କରିଛନ୍ତି ଯେ ଡ୍ରାଇଭରଙ୍କୁ ଶୀଘ୍ର ଗିରଫ କରାଯାଉ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking