17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବ୍ୟବଚ୍ଛେଦ ପରେ ବି ଶରୀରରେ ହଲଚଲ; ଚିତାରୁ ଉଠି ବସିଲେ ମୃତ ଘୋଷିତ ବ୍ୟକ୍ତି

ବ୍ୟବଚ୍ଛେଦ ପରେ ବି ଶରୀରରେ ହଲଚଲ; ଚିତାରୁ ଉଠି ବସିଲେ ମୃତ ଘୋଷିତ ବ୍ୟକ୍ତି

ଝୁନ୍‌ଝୁନୁ: ରାଜସ୍ଥାନର ଝୁନଝୁନୁ ପ୍ରାନ୍ତରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତରୀ ଦଳ ମୃତ ଘୋଷଣା କରିଥିଲେ। ଏହା ପରେ ମୃତଦେହକୁ ୪ ଘଣ୍ଟା ଧରି ଗଭୀର ଫ୍ରିଜରେ ରଖାଯିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ପରେ ଯେତେବେଳେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଇ ଚିତା ଉପରେ ଶୁଆଇ ଏଥିରେ ନିଆଁ ଲଗାଯାଇଥିଲା ସେତେବେଳେ ମୃତଦେହରେ ହଲ୍‌ଚଲ୍ ହେବା ଦେଖିବାକୁ ମିଳିଥିଲା। ଏପରିକି ମୃତ ବ୍ୟକ୍ତି ଜଣକ ନିଶ୍ୱାସ ମଧ୍ୟ ନେଉଥିବା ଉପସ୍ଥିତ ଲୋକେ ଦେଖିବାକୁ ପାଇଥିଲେ। ତେବେ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରି ପୁନଃ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ବ୍ୟକ୍ତିଜଣକ ଆଇସିୟୁରେ ଥିବା ଜଣାପଡିଛି। ଏହି ଘଟଣାକୁ ନେଇ ତୀବ୍ର ଜନଅସନ୍ତୋଷ ତଥା ଅଭିଯୋଗ ହେବା ପରେ ପରେ ୩ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।

ଝୁନଝୁନୁର ବାଗଗଡ଼ ସ୍ଥିତ ମା’ ସେବା ଅନୁଷ୍ଠାନରେ ରୋହିତାଶ ନାମକ ଜଣେ ୪୭ ବର୍ଷୀୟ ଭିନ୍ନକ୍ଷମ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହୁଥିଲେ। ଗୁରୁବାର ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ ସରକାରୀ ବିଡିକେ ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତରମାନେ ରାତି ୨ଟା ବେଳେ ରୋହିତାଶଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ବିଡିକେ ହସ୍ପିଟାଲର ଶବ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଘଣ୍ଟା ଡିପ୍‌ଫ୍ରିଜରରେ ରଖାଯିବା ପରେ ପୋଷ୍ଟମର୍ଟମ ମଧ୍ୟ କରାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ସେବା ସଂସ୍ଥାନ କର୍ମଚାରୀ ପହଞ୍ଚିବା ପରେ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୃତ ବ୍ୟକ୍ତିଜଣକ ଶ୍ୱାସକ୍ରିୟା କରୁଥିବା ଜଣାପଡିଥିଲା। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ତଦନ୍ତରୁ ଡାକ୍ତରମାନେ ତରବରିଆଭାବେ ରୋହିତାଶଙ୍କୁ ମୃତ ଘୋଷଣା କରିଥିବା ପ୍ରମାଣ ମିଳିଛି। ଏହି ମାମଲାରେ ଅବହେଳା ପାଇଁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking