ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ବରିମୁଣ୍ଡ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ପାଖ ନଦୀ ଭିତରୁ ମିଳିଛି ମୃତଦେହ । ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଓ ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ହତ୍ୟା ପରେ ମୃତଦେହକୁ ଏଠାରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ଠାକ କରିବାକୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପରିଚୟ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇପାରିବ ବୋଲି କୁହାଯାଉଛି ।










