ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାରେ କୂଅରେ ପଡି ଯୁବକଙ୍କ ମୃତୁ ଘଟିଛି । ସୋମବାର ସକାଳେ ଟାଙ୍ଗୀ ଥାନା ସୀମା ଅନ୍ତର୍ଗତ ପାରିଓରାଡ ଟୁଟୁମ୍ବରପାଲି ଗାଁର ଏକ କୂଅରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଗଦାଧର ମୁଦୁଲିଙ୍କ ପୁଅ ବୁଲୁ ମୁଦୁଲି(୩୬) ବୋଲି ଚିହ୍ନଟ କରାଯାଇଛି । ରିପୋର୍ଟ ଅନୁଯାୟୀ, ପ୍ରତିଦିନ ପରି ଗତକାଲି ରାତିରେ ଯୁବକ ଜଣକ ଖାଇପିଇ ଶୋଇବାକୁ ଯାଇଥିଲେ । ସକାଳରୁ ବୁଲୁ ଘରେ ନମିଳିବାରୁ, ତାଙ୍କ ପରିବାର ସମସ୍ତ ସ୍ଥାନକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ପାଇ ନଥିଲେ । ଯୁବକଙ୍କ ମୃତଦେହ ସ୍ଥାନୀୟ ଲୋକମାନେ ସେହି ଗାଁର ଏକ କୂଅରୁ ପାଇଥିଲେ । ଟାଙ୍ଗୀ ପୋଲିସ ମୃତଦେହ ଜବତ କରିବା ପରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ ବିବରଣୀ ଜଣାପଡିବ ବୋଲି ଟାଙ୍ଗୀ ପୋଲିସ ସୂଚନା ଦେଇଛି ।










