କଟକ: ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଜଣାପଡ଼ିଛି। ମୃତକଙ୍କୁ ପପୁ ଦାସ ବୋଲି ଚିହ୍ନଟ କରାଯାଇଛି, ସେ ପୁରୀଘାଟ ଅଞ୍ଚଳର ଜଣେ ମାଛ ବ୍ୟବସାୟୀ କରୁଥିଲେ। ସୂଚନା ଅନୁଯାୟୀ, କଟକ ଜିଲ୍ଲା ଖାନ ନଗର ଅଞ୍ଚଳରେ ଆଜି ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକମାନେ ପପୁଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ବାଦାମବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ପୋଲିସ ଫରେନସିକ ଦଳ ସହିତ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟା ପଛର କାରଣ ଖୋଜାବା ପାଇଁ ତଦନ୍ତ ଜାରି ରହିଛି।









