26.1 C
Bhubaneswar
Monday, December 29, 2025
Homeଓଡିଶାରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ଥାନା ଅନ୍ତର୍ଗତ ନୂଆଁପାଲି ଗ୍ରାମର ପଙ୍କଜ ଜଗଦଳାଙ୍କ ମୃତ ମୃତ ଶରୀର ଗାଁ ରାସ୍ତାରେ ପଡିଛି । ସୂଚନା ଅନୁସାରେ ପଙ୍କଜଙ୍କୁ ଅଜଣା ଗାଡି କିମ୍ବା କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ଏନେଇ ପୋଲିସକୁ ଖବର ଦେଇଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତକାଲି ପଙ୍କଜ ଘରୁ କୁଆଡେ ଯାଇଥିଲେ । ରାତିରେ ଘରକୁ ଫେରିନଥିଲେ । ।ଜି ସକାଳେ ମୃତଦେହ ଦେଖି ଚିନ୍ତିତ ହୋଇପଡିଛନ୍ତି । ପଙ୍କଜର ସ୍ତ୍ରୀ ଗତବର୍ଷ ମୃତ୍ୟୁବରଣ କରିଥିଲେ । ସେ ଜଣେ ଦିନ ମଜୁରିଆ । ତାଙ୍କର ୫ଟି ଝିଅ ଅଛନ୍ତି । ସେମାନେ କିପରି ଚଳିବେ, ତାହାକୁ ଚିନ୍ତା । ଗ୍ରାମବାସୀ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏଣେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ତଦନ୍ତ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking