14.1 C
Bhubaneswar
Saturday, December 6, 2025
Homeଓଡିଶାପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଚିପିଲିମା ପାୱାର ଚ୍ୟାନେଲରୁ  ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀରର ସୌରଭ ସମ୍ବିତ । ଭୀମସାର ବଡ ଡାକ୍ତରଖାନାକୁ ମାଆଙ୍କୁ ଚିକିତ୍ସା ପାଇଁ ନେଇ ଆସିଥିବା ସୌରଭ ଗତ ଦୁଇ ଦିନ ହେଲା ନିଖୋଜ ଥିଲେ । ତାଙ୍କ ମାଆ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମାଙ୍କର ଅବସ୍ଥା ଦେଖି ଭାଙ୍ଗି ପଡିଥିଲେ ସୌରଭ । ଗତ ବୁଧବାର ରାତିରେ ସେ ଡାକ୍ତରଖାନାରୁ କୁଆଡେ ପଳାଇଥିଲେ ପରେ ମାଆଙ୍କ ପାଖକୁ ଏକ ଭାବ ବିହ୍ୱଳ ମେସେଜ ପଠାଇଥିଲେ । ନିଜେ ଜୀବନ ହାରିବାକୁ ଯାଉଥିବା କଥା ଉଲ୍ଲେଖ  କରିଥିଲେ ସୌରଭ । ମେସେଜ ଅନୁସାରେ ବୁର୍ଲା ପୋଲିସ ଏବଂ ଦମକଳବାହିନୀ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ତେବେ କାହିଁକି କେଉଁ ପରିସ୍ଥିତିରେ ପଡି ଏଭଳି ଚରମ ନିଷ୍ପତ୍ତି ନେଲେ ତାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking