30.1 C
Bhubaneswar
Tuesday, February 3, 2026
Homeଓଡିଶାପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାମାଳ: ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୋଲିସ ସୀମା ଅନ୍ତର୍ଗତ ଗୋହିପିଟା ଗାଁର ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ମୃତକଙ୍କୁ ଦାମାମୁଣ୍ଡା ଗାଁର କୈବଲ୍ୟ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, କୈବଲ୍ୟ ଏକ ଏଜେନ୍ସିରେ ରୋଷେୟା ଭାବରେ କାମ କରନ୍ତି। ସେ କାମରୁ ଫେରୁଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଗାଁର ଏକ ପୋଖରୀ ନିକଟରେ ମିଳିଥିଲା। ତାଙ୍କ ମୃତଦେହ ଦେଖିବା ପରେ କିଛି ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କିଏ ଏବଂ କାହିଁକି ହତ୍ୟା କରିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking