30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶମେଟ୍ରୋ ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମେଟ୍ରୋ ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତର ନଗର ପୂର୍ବ ମେଟ୍ରୋ ଷ୍ଟେସନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାମ ମହାରାଜ ସିଂ , ତାଙ୍କ ମୃତଦେହ ରେଳ ଟ୍ରାକରୁ ଉଦ୍ଧାର କରାଯାଇ ଡିଡିୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ମହାରାଜ ସିଂ ଦୀର୍ଘ ବର୍ଷ ଧରି ମାନସିକ ଅବସାଦରେ ରହି ଆସୁଥିଲେ । ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେଲେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ । ଘରେ କେହି ନଥିବା ଦେଖି ରେଳ ଷ୍ଟେସନ ଆଡକୁ ଯାଇ ମେଟ୍ରୋ ଆଗକୁ ଡେଇଁ ଜୀବନ ହାରିଥିବା କୁହାଯାଉଛି । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ । କୌଣସି ଲୋକଙ୍କ ଠାରୁ ସୂଚନା ପାଇଁ ଷ୍ଟେସନ ପାଖେ ପହଞ୍ଚିଥିଲେ । ଏନେଇ ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking