17.1 C
Bhubaneswar
Sunday, February 8, 2026
Homeଓଡିଶାହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ପୋଲିସ ସୀମା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି ଏବଂ ମାମଲାର ତଦନ୍ତ କରୁଛି। ମୃତକ ଜଣକ ଦାନ୍ତିଆମୁହାଁ ଥାନା ଅନ୍ତର୍ଗତ ଜାମାବଣି ଅଞ୍ଚଳର ଆକାଶ ମହାନ୍ତି ବୋଲି ଚିହ୍ନଟ ହୋଇଛି।ସୂଚନା ଅନୁଯାୟୀ, ଯୁବକ ଜଣକ ହୋଟେଲ ରୁମରେ ସେହି ଗ୍ରାମର ଅନ୍ୟ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ସହିତ ରହୁଥିଲେ ବୋଲି ଜଣାପଡିଛି। ସେମାନେ ତିନିଜଣ ହୋଟେଲ ରୁମ ବୁକ୍ କରିବା ପାଇଁ ନକଲି କାଗଜପତ୍ର ବ୍ୟବହାର କରିଥିଲେ। କେହି ଉତ୍ତର ନ ଦେବା କିମ୍ବା ଦ୍ୱାର ନ ଖୋଲିବା ପରେ ହୋଟେଲ ମାଲିକ କୋଠରୀ ଖୋଲି ଯୁବକଙ୍କ ମୃତଦେହ ପାଇଥିଲେ। ମୃତଦେହ ଦେଖି ହୋଟେଲ ମାଲିକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହକୁ ଜବତ କରିବା ସହ ପଚରାଉଚରା ପାଇଁ ଜଣେ ପୁରୁଷଙ୍କୁ ଅଟକ ରଖିଛି। ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking