21.1 C
Bhubaneswar
Sunday, December 21, 2025
Homeଓଡିଶାଗେଷ୍ଟ ହାଉସ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗେଷ୍ଟ ହାଉସ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଗେଷ୍ଟ ହାଉସ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ସ୍ଥିତ ନାଲକୋ ଛକରେ ଥବା ଏକ ଗେଷ୍ଟ ହାଉସ୍‌ରୁ ମତୃଦେହ ଉଦ୍ଧାର କରାଯାଇଛି । ମୃତକଙ୍କୁ ଶରତ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି । ଗେଷ୍ଟ ହାଉସ୍‌ରୁ ମୃତଦେହ ଉଦ୍ଧାର କଲା ମୈତ୍ରୀ ବିହାର ଥାନା ପୋଲିସ । ଗେଷ୍ଟ ହାଉସ୍ ଭିତର ପଟୁ ଲକ୍ ଥିଲା । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୋଲିସ । ଗତ ୧୯ ତାରିଖରେ ବାହାରକୁ ଯିବାକୁ କହି ଘରକୁ ଫେରିନଥିଲେ । ୨୦ରେ ଧଉଳି ଥାନାରେ ସ୍ୱାମୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ଶରତଙ୍କ ପତ୍ନୀ । ନିଖୋଜ ମାମଲାର ତଦନ୍ତ କରିବା ସମୟରେ ଗେଷ୍ଟ ହାଉସ୍‌ରୁ ଆଜି ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଚିହ୍ନିତ କରିଛନ୍ତି ପରିବାର ଲୋକେ । ତେବେ କିଏ ଏବଂ କାହିଁକି ଶରତଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking