ଭୁବନେଶ୍ୱର: ଦୋକାନରୁ ଅଜଣା ଯୁବକଙ୍କ ମୃତଦେହ ଠାବ । ଆଇଜି ପାର୍କ ପାଖ ଦୋକାନରୁ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି । ମୃତ ଯୁବକ ଉକ୍ତ ଦୋକାନର ଦୋକାନୀ ହୋଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଆଜି ସକାଳେ ଯୁବକଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରୁଛି ପୋଲିସ ।










