30.1 C
Bhubaneswar
Friday, March 20, 2026
Homeଓଡିଶାଡ୍ରମରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡ୍ରମରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା ପଳାସପାଳ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁସୁଣୀ ଗାଁରେ ଚାଞ୍ଚଲ୍ୟ । ଡ୍ରମରୁ ମିଳିଲା ମହିଳାଙ୍କ ମୃତଦେହ। ହେଲେ ସ୍ୱାମୀ ଓ ୨ଛୁଆଙ୍କ ମିଳୁନି ପତ୍ତା। ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ହେଲେ ସୁକାନ୍ତି ମୁଣ୍ଡା। ଗତକାଲି ସୁକାନ୍ତିଙ୍କର ଘରୁ ଦୁର୍ଗନ୍ଧ ଆସିଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଘରେ ଥିବା ଏକ ଡ୍ରମରୁ ସୁକାନ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ସୁକାନ୍ତିଙ୍କ ସ୍ୱାମୀ ଟୁକୁନା ମୁଣ୍ଡା ଓ ତାଙ୍କ ୨ ଛୁଆଙ୍କର କୌଣସି ପତ୍ତା ମିଳୁନାହିଁ। ସୁକାନ୍ତିଙ୍କୁ ଟୁକୁନା ହତ୍ୟା କରି ପଳାଇଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking