25.1 C
Bhubaneswar
Tuesday, February 24, 2026
Homeଓଡିଶାକୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରପଡ଼ା : କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ । ଗତକାଲି ଅପରାହ୍ଣରେ ମଞ୍ଜୁଲତା ଖାଇସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ନଦୀ କୂଳରେ ବସି ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ନଦୀ କୂଳରେମଞ୍ଜୁଲତାଙ୍କର ବାସନ ଓ ଚପଲ ପଡ଼ି ଥିଲା। ପରିବାର ଲୋକେ ଓ ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ମଞ୍ଜୁଲତାଙ୍କ କ୍ଷତବିକ୍ଷତ ମୃତଦେ ନଦୀରୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ବହୁ ଲୋକଙ୍କୁ ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଆସି ଟାଣି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଠୋସ ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking