24.1 C
Bhubaneswar
Friday, February 13, 2026
Homeଓଡିଶାପଡ଼ିଆରୁ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ପଡ଼ିଆରୁ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

କୋଣାର୍କ: ପୁରୀଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧମୃତଦେହ ଠାବ ହୋଇଛି। ସକାଳୁ ମୃତଦେହ ପଡ଼ିଆରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି।କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ପୋଡ଼ି ଏଠାରେ ଫିଙ୍ଗି ଦେଇଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ମୃତଦେହ ନିକଟରେ ରକ୍ତ ପଡ଼ିଥିବା ବେଳେ ପାଣି ବୋତଲ, ଗ୍ଲାସ ପଡ଼ିଛି। ଘଟଣା ସ୍ଥଳରେ କୋଣାର୍କ ପୁଲିସ ଓ ନିମାପଡ଼ା ଏସଡିପିଓ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱ ଦେଇ ତଦନ୍ତ କରୁଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking