20.1 C
Bhubaneswar
Monday, December 22, 2025
Homeଓଡିଶାରାସ୍ତା କଡରୁ ଆଦିବାସୀ ଯୁବତୀର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାସ୍ତା କଡରୁ ଆଦିବାସୀ ଯୁବତୀର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଡଚଣା : ଛତିଆ ଇଛାନଗରପାଟଣା ଗ୍ରାମର ସ୍ଵର୍ଗତଃ ପୀତାମ୍ବର ଦେହୁରୀଙ୍କର ଝିଅ ମମତା ଦେହୁରୀ (ମମ) (୩୫) ଦୀର୍ଘ ବର୍ଷ ହେଲା ଛତିଆ ଅଞ୍ଚଳରେ ମାତାଲ ଅବସ୍ଥାରେ ଦିନରାତି ବିଭିନ୍ନ ଦୋକାନ ବଜାର ଓ ରାସ୍ତାରେ ଘୂରିବୁଲିବା ସହ ଏକ ହୋଟେଲରେ ଟୁକୁରା ମୁକୁରା କାମ କରି ଗଣ୍ଡେ ଖାଉଥିଲା ଓ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରି ହସଖୁସିରେ ଦିନ କାଟିଚାଲିଥିଲା | ଏକ ଦେଶୀ ମଦ ଭାଟି କଡରେ ଛୋଟ କୁଡିଆଟେ କରି କେତେବେଳେ କେମିତି ତା ଭିତରେ ରହୁଥିଲା ନତୁବା ସବୁବେଳେ ବାହାରେ ବୁଲୁଥିବାର ଦେଖାଯାଏ | ୧୧ ତାରିଖ ଗୁରୁବାର ଭୋରୁ ଭୋରୁ ଛତିଆ ଠାରୁ ସୋଲରକୁ ସଂଯୋଗ କରିଥିବା ନୂଆ ବାଇପାସ ରାସ୍ତାର ଧନିଆ ପାହାଡ ତଳେ ମମର ରକ୍ତାକ୍ତ ଶରୀର ପଡିଥିବା ଲୋକେ ଦେଖିଥିଲେ | ସଙ୍ଗେ ସଙ୍ଗେ ଛତିଆ ଓ ଆଖ ପାଖ ଅଞ୍ଚଳରେ ମମ ମରିଯାଇଥିବା ଖବର ପ୍ରଘଟ ହୋଇଯାଇଥିଲା | ରାସ୍ତାରେ ଶହ ଶହ ସଂଖ୍ଯାରେ ଲୋକେ ପହଞ୍ଚି ମମର ମୃତ ଶରୀରକୁ ଦେଖିଥିଲେ | ସଙ୍ଗେ ସଙ୍ଗେ ବୈରୀ ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ, ଛତିଆ ଫାଣ୍ଡି ଅଧିକାରୀ ମହେନ୍ଦ୍ର ସେଠୀ, ପୋଲିସ ଏସ.ଆଇ. ସଂଗ୍ରାମ କେଶରୀ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମମର ମୃତ ଶରୀରକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ |

ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ମମର ଶରୀରକୁ ତନ ତନ କରି ପରୀକ୍ଷା କରିବା ପରେ ବୈରୀ ଥାନାରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ଏସ.ଆଇ. ସଂଗ୍ରାମ କେଶରୀ ରାଉତଙ୍କୁ ଏହି ଘଟଣାର ତଦନ୍ତ ଦାଇତ୍ଵ ଦେଇଛନ୍ତି |ମମର ମୁହଁ ଓ ଦୁଇ ଜଙ୍ଘରେ ଧଳା ଛଉ ଥିବାର ଦେଖାଯାଇଛି |ମୃତ ମମ ପଡିଥିବା ସ୍ଥାନରେ ଓ ତାର ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖି ସାଧାରଣ ଲୋକେ ଓ ପୋଲିସ ଅନୁମାନ କରିଛନ୍ତି ଯେ ନିଶାସକ୍ତ ଅବସ୍ଥାରେ କେହି ଦୁର୍ବୁତ୍ତମାନେ ତାକୁ ରାତିରେ ନେଇଆସି ବଳାତ୍କାର କରିବା ପରେ ତାକୁ ମାରିଦେଇଥିବା ଅନୁମାନ କରାଯାଉଛି |ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ପଦାକୁ ଆସିବା ସହ ପ୍ରକୃତରେ ଯଦିଓ ସେଭଳି ଘଟଣା ଘଟିଥାଏ ତେବେ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବା ବୋଲି ଥାନା ଅଧିକାରୀ କହିଛନ୍ତି | ଏଥିସହ ଅଞ୍ଚଳବାସୀ ଏହି ଘଟଣା ର ତୁରନ୍ତ ପର୍ଦ୍ଦାଫାସ କରି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି |ଶବ ବ୍ୟବଚ୍ଛେଦ ପରେ ପୋଲିସ କାମ କରୁଥିବା ହୋଟେଲ ମାଲିକକୁ ତାର ଶବ ହସ୍ତାନ୍ତର କରାଇ ସତ୍କାର କରାଇଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking