ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାଖରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡିଥିବା ଶବ ଉଦ୍ଧାର ହୋଇଛି । ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ । ସଏ ଆରଏସପି ହେଭିମେଣ୍ଟେନାସ ଇଲେକ୍ଟ୍ରିକାଲ ବିଭାଗର ମାଷ୍ଟର ଟେକ୍ନିସିଆନ ଭାବେ କାମ କରୁଥିଲେ । ତାଙ୍କୁ ଗତ ମାସକ ତଳେ ହଟଷ୍ଟ୍ରିପ ମିଲ -୧ରୁ ଏଚଏମଇକୁ ବଦଳି କରାଯାଇଥିଲା । ଟାଙ୍ଗରପାଲି ପୁଲିସ ଶବ ଜବତ କରି ଆଇଜିଏଚ ମାର୍ଗରେ ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପିଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ବାସୁଦେବଙ୍କ ମୃତ୍ୟୁକୁନେଇ ଶ୍ରମିକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।