16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭଡା ଘରୁ ପିଏଚଡି ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭଡା ଘରୁ ପିଏଚଡି ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବାରଣାସୀ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏକ ଭଡା ଘରୁ ବନାରସ ହୁନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ପିଏଚଡି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ଜଣକ୨୭ ବର୍ଷୀୟା ଫିଲିପା ଫ୍ରାନ୍ସିସ୍କା ବୋଲି ଚିହ୍ନଟ କରାଯାଇଛି । ସେ ରୋମାନିଆର ନାଗରିକ ହୋଇଥିବା ନେଇ ମିଳିଛି ସୂଚନା ।

ବାରଣାସୀ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବିଏଚୟୁର ଜଣେ ପିଏଚଡି ଛାତ୍ରୀ, ଯିଏ ରୋମାନିଆର ନାଗଦରିକ ଥିଲେ, ତାଙ୍କର ମୃତଦେହ ଏକ ରହସ୍ୟମୟ ପରିସ୍ଥିତିରେ ଗର୍ଭାସିଟୋଲା ଅଞ୍ଚଳରେ ରହୁଥିବା ଭଡାଘରୁ ମିଳିଛି । ଛାତ୍ରୀ ଜଣକ ଛାତ୍ର ଭିସାରେ ଏଠାକୁ ଆସିଥିଲେ । ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ରୋମାନିଆ ଦୂତାବାସକୁ ସୂଚନା ଦିଆଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking