21.1 C
Bhubaneswar
Sunday, February 1, 2026
Homeଓଡିଶାପୋଖରୀରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର

ପୋଖରୀରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ବଡବନ୍ଧରେ ଏକ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ । ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । କୁମାରୀ ମାତୃତ୍ୱ ପରେ ଲୋକଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ପୋଖରୀରେ ପୋପାଡି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଦେଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି । ଘଟଣା ସଂପର୍କରେ କୌଣସି ସୂଚନା ମିଳିନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking