19.1 C
Bhubaneswar
Friday, February 13, 2026
Homeଓଡିଶାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ନାଗାବଳୀ ନଦୀକୂଳରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ କୋତାପେଟା ଅଞ୍ଚଳର ସିମାଦ୍ରୀ। ଗତକାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ, ସିମାଦ୍ରୀ  ସାଙ୍ଗମାନଙ୍କ ସହ ମାଲିଗାଁ ନିକଟ ନଦୀ ପଠାକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀର ପ୍ରବଳ ପାଣିର ପ୍ରବାହରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇବା ପରେ ସିମାଦ୍ରୀଙ୍କ ପରିବାର ଲୋକେ ତୁରନ୍ତ ଥାନାରେ ନିଖୋଜ ସମ୍ପର୍କରେ ଜଣାଇଥିଲେ। ଆଜି ସକାଳେ ତାଙ୍କର ମୃତଦେହ ନାଗାବଳୀ ନଦୀର ହାତୀପଥର ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରୁ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ କୋତାପେଟା ଅଞ୍ଚଳରେ ଶୋକର ଛାୟା ଖେଳାଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking