22.1 C
Bhubaneswar
Friday, December 5, 2025
Homeଓଡିଶାବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ: ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଆଜି ସକାଳେ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିରୁପା ନଦୀରେ ଏକ ଅଭାବନୀୟ ଘଟଣା ଘଟିଥିଲା । ୫ଜଣ ସାଙ୍ଗ କାର୍‌ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇଯାଇଥିଲେ। ନିଖୋଜ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨)। ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ବିଳମ୍ବିତ ରାତିରେ କାର୍‌ଟିକୁ ନଈ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍‌ ଭିତରେ ଉଦିତ ନଥିବା ଜଣାପଡ଼ିଛି।  ଆଜି ପୁଣି ବିରୂପାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍‌ ସାମିଲ ଥିଲେ।

ସୂଚନା ମୁତାବକ, ଭୁବନେଶ୍ୱରରୁ ୫ଜଣ ସାଙ୍ଗ କାର୍‌ ଯୋଗେ ଗତକାଲି କଟକ ଆସିଥିଲେ। ଚାଉଳିଆଗଞ୍ଜରେ ଏକ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ। କୌଣସି କାରଣରୁ ସେମାନେ ଚାଉଳିଆଗଞ୍ଜରୁ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ। ସେଠାରେ ୩ଜଣ ସାଙ୍ଗ ପ୍ରଥମେ ଓହ୍ଲାଇ ପଡ଼ିଥିବା ବେଳେ ଅତୁଲ ଓ ଅଂଶୁମାନ ପୁଣି କାର୍‌ ଯୋଗେ ଆଇ.ବି. ରୋଡ୍ ନାରାୟଣବିହାରରେ ଥିବା ଏକ ଦୋକାନକୁ ଯାଇ କିଣାକିଣି କରିଥିଲେ। ଅତୁଲ ଓ ଅଂଶୁମାନ ପୁଣି ଉକ୍ତ ନଦୀତୁଠକୁ ଆସିବା ବେଳେ ନିୟନ୍ତ୍ରଣ ହରାଇ କାର୍‌ଟି ନଦୀ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking