ଗଞ୍ଜାମ: ଭସାପୋଲରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ । ନିଖୋଜ ଉମା ଶଙ୍କର ସାବତଙ୍କ ମରଶରୀର ମିଳିଛି । କୁହୁଡି ହୋଇଛି କାଳ । ମଝି ଚିଲିକାରେ ଫସିଲେ ଯାତ୍ରୀ । ଭସାପୋଲରୁ ପଡି ଯାତ୍ରୀ ମୃତ । ଏଭଳି ଦୁଃଖଦ ଘଟଣା ଆଜି ଚିଲିକାରେ ଘଟିଛି । ସକାଳୁ ସାତପଡାରୁ ଜହ୍ନିପଦା ଅଭିମୁଖେ ଯାଉଥିବା ଭସାପୋଲଟି ମଝି ଚିଲିକାରେ ଅଟକି ଯାଇଥିଲା । ଏଥିରେ ଥିବା ୫୦ ଜଣ ଯାତ୍ରୀ ସେମିତି ଚିଲିକା ମଝିରେ ଅଟକି ରହିଥିଲେ । ହେଲେ ସେଥିରେ ଥିବା ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ବ୍ରହ୍ମପୁରର ଉମାଶଙ୍କର ତାଙ୍କ ପରିବାର ସହ ପିକନିକ କରିବା ପାଇଁ ଚିଲିକା ଯାଇଥିଲେ । ସେଲିବ୍ରେସନ ସରିବା ପରେ ଭସା ପୋଲରୁ ତଳେ ପଡି ଯାଇଥିବା ଅନୁମାନ କରାଯାଇଛି । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଛି । ସେଠାରେ ଫସି ରହିଥିବା ୫୦ ଯାତ୍ରୀ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।










