17.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଉଦୟପୁର ବେଳାଭୂମିରୁ ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହେଲା

ଉଦୟପୁର ବେଳାଭୂମିରୁ ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହେଲା

ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରୁ ନିଖୋଜ ଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତକ ହେଲେ ବାଲିଆପାଳ ବ୍ଲକ କଙ୍କଡାପାଳ ଗ୍ରାମର ମତ୍ସ୍ୟଜୀବୀ ଗୋପାଳ ଗିରି (୫୬ )। ଏନେଇ ତାଳସାରୀ ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୪/୨୫) ରୁଜୁ ହୋଇଛି। ମୃତଦେହ ଚି଼ହ୍ନଟ ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ମିଳିଥିବା ସୂଚନା ମୁତାବକ, ଅଗଷ୍ଟ ୨ତାରିଖରେ ବାଲିଆପାଳ ବ୍ଲକ କଙ୍କଡାପାଳ ଓ ଚୌମୁଖ ଗ୍ରାମର ୪ଜଣ ମତ୍ସ୍ୟଜୀବୀ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ମାଛମାରିବା ପାଇଁ ସୁବର୍ଣ୍ଣରେଖା ମୁହାଁଣରୁ ଗଭୀର ସମୁଦ୍ରକୁ ଯାଇଥିଲେ l ହେଲେ ସମୁଦ୍ରର ଉତ୍ତାଳ ଢେଉରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବାପଙ୍କ ସହ ୨ ପୁଅ ଏବଂ ପୁଅର ଶାଳକ ନିଖୋଜ ହୋଇଯାଇଥିଲେ।

ଘଟଣା ପରେ ବାଲେଶ୍ୱର ଜିଲାର ୩ ମେରାଇନ ଥାନା ସହ ପଶ୍ଚିମବଙ୍ଗର ଦୀଘା, ମନ୍ଦାରମଣୀ ମେରାଇନ ଥାନାକୁ ମତ୍ସଜୀବୀଙ୍କ ନିଖୋଜ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଉଭୟ ରାଜ୍ୟର ମେରାଇନ ଥାନା, ମତ୍ସ୍ୟଜୀବୀ ସଂଗଠନ, ମତ୍ସ୍ୟ ବିଭାଗ, ବନବିଭାଗ ସମୁଦ୍ରରେ ଖୋଜାଖୋଜି ଜାରି ରଖିଥିବା ବେଳେ ୨ଜଣ ମତ୍ସ୍ୟଜୀବୀଙ୍କୁ ଭାସୁଥିବା ଅବସ୍ଥାରେ ଏକ ବଙ୍ଗୀୟ ଟ୍ରଲର ଉଦ୍ଧାର କରି ଦୀଘା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ୨ ମତ୍ସ୍ୟଜୀବୀଙ୍କୁ ସୁସ୍ଥ ଭାବେ ପରିବାରକୁ ହସ୍ତାନ୍ତର କରାଯାଇଥିଲା l ସୌଭାଗ୍ୟକୁ ୨ ମତ୍ସ୍ୟଜୀବୀ ଜୀବନ ଫେରି ପାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ୨ଜଣ ମତ୍ସ୍ୟଜୀବୀ ବାପ-ପୁଅଙ୍କ ମୃତଦେହ ଉଦୟପୁର ବେଳାଭୂମିରୁ ତାଳସାରୀ ମେରାଇନ ଥାନା ପୋଲିସ ଉଦ୍ଧାର କରିଛି। ଅନ୍ୟପକ୍ଷେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking