20.1 C
Bhubaneswar
Monday, February 9, 2026
Homeଓଡିଶାମହାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ମହାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

କଟକ: କାଳିଆବୁଦା କଟକ ମହାନଦୀ ଘାଟରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ। ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।
ପୁଲିସ ସୂଚନା ଅନୁସାରେ ମୃତ ଛାତ୍ର ମଙ୍ଗଳାବାଗସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ତେବେ କାଲି ସେ ସ୍କୁଲ ଯାଇନଥିଲେ। ଘରୁ ସାଇକେଲ ଧରି ଛାତ୍ରଜଣକ ବାହାରକୁ ଯାଇଥିଲେ। ହେଲେ ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ପରିବାର। ରାତିରେ ପୁଲିସ ବହୁ ଖୋଜାଖୋଜି କରିବା ସହ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ମହାନଦୀରୁ ଛାତ୍ର ଜଣଙ୍କର ମୃତଦେହ ଠାବ କରାଯାଇଛି। ତାଙ୍କର କିଭଳି ମୃତ୍ୟୁ ହେଲା ତାହା ଏପର‌୍ୟ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking