29.1 C
Bhubaneswar
Monday, February 2, 2026
Homeଓଡିଶାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ସେକ୍ଟର ୩ ରେ ଏକ ବିବାହିତ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ମହିପାଣି ଗାଁ କୁମାରପଡାର ନୂତନ ମଞ୍ଜରୀ ଦାସ (୨୩)।ଖବର ଅନୁସାରେ ସେ ମୁଖୀଗୁଡାରେ ରହିଥିବା କମଳାକାନ୍ତ ନାଏକ (ସୁମନ୍ତ ) କୁ ଏକ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତେବେ କମଳାକାନ୍ତଙ୍କ ପୂର୍ବ ସ୍ତ୍ରୀକୁ ହତ୍ୟା ଉଦ୍ୟମକୁ ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏହି କେସରେ କମାକାନ୍ତ ଜେଲ୍ ମଧ୍ୟ ଯାଇଥିଲେ । ପୁନର୍ବାର କମଳାକାନ୍ତଙ୍କ ପୂର୍ବ ସ୍ତ୍ରୀ ଜୟପାଟଣା ଥାନାରେ ଅଭିଯୋଗ କରିଥିବା ବେଳେ ତାହା କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି । ତେବେ ହଠାତ ଦ୍ବିତୀୟ ସ୍ତ୍ରୀର ମୃତ୍ୟୁ ବିଭିନ୍ନ ସନ୍ଧେହ ସୃଷ୍ଟି କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ । ଏନେଇ ପୋଲିସ ପକ୍ଷରୁ କିଛି କୁହାଯାଇ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking