16.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶହଷ୍ଟେଲ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

ହଷ୍ଟେଲ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଜଣେ ଛାତ୍ର ଅରାବଲ୍ଲୀ ହଷ୍ଟେଲର ଏକ କୋଠରୀରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଆଇଆଇଟି ଛାତ୍ର ଜଣକ ହେଲେ ଝାଡଖଣ୍ଡର ଦେଓଘରର ବାସିନ୍ଦା ୨୧ବର୍ଷୀୟ ୟଶ୍‌‌ କୁମାର। ସେ ଆଇଆଇଟି ଦିଲ୍ଲୀରେ ଏମଏସସି ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ୟଶ୍‌‌ କୁମାର ହଷ୍ଟେଲ ରୁମ ଭିତରୁ ବନ୍ଦ କରି ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସାଙ୍ଗମାନେ ପହଞ୍ଚି ଦେଖିଥିଲେ ଯେ ରୁମ୍‌‌ ଭିତରୁ ତାଲା ପଡ଼ିଥିଲା। ଦୀର୍ଘ ସମୟ ଧରି ରୁମ ନଖୋଲିବାରୁ ତାଙ୍କ ସାଙ୍ଗ ଓ ଆଇଆଇଟି କର୍ମଚାରୀମାନେ ରୁମର ଝରକା ଭାଙ୍ଗି ୟଶଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଊର୍ଦ୍ଧ୍ବାର କରି ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ୟଶଙ୍କ ମୋବାଇଲ ପୁଲିସ ଯାଞ୍ଚ କରୁଥିବା ବେଳେ ସେ ମାନସିକ ଚାପରେ ଥାଇ ଚିକିତ୍ସାଧୀନ ଥିଲେ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking