30.1 C
Bhubaneswar
Saturday, July 6, 2024
Homeଓଡିଶାବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ଭଦ୍ରକ : ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭଦ୍ରକ କଲେଜ ସ୍ଥିତ ଏକ ଭଡା ଘରୁ ଉଦ୍ଧାର ହୋଇଛି । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳର ଇଶ୍ୱରୀ ଦାସ । କଟକର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ପଢୁଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲସ । ମୃତଦେହ ନିକଟରୁ ଏକ ଚିଠି ଜବତ କରିଛି ଭଦ୍ରକ ସହରାଞ୍ଚଳ ଥାନା ପୋଲିସ । ଯେଉଁଥିରେ ଦୁଇଟି ନମ୍ବରକୁ ମରିବା ଖବର ଜଣାଇ ଦେବାକୁ ଲେଖିଛନ୍ତି । ତେବେ ସେହି ଦୁଇଟି ନମ୍ବର କାହାର? ମୃତ୍ୟୁ ପଛରେ ସେମାନଙ୍କର କଣ ସଂପୃକ୍ତି ରହିଛି? ସେହି ନମ୍ବରକୁ ଯାଞ୍ଚ କରି ଅଭିଯୁକ୍ତକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକ ।

ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳ କାଳନ୍ଦୀ ଦାସ ଭଦ୍ରକରେ ଚାକିରି କରୁଛନ୍ତି । ତେଣୁ ସେ ସେଠାରେ ଘର ଭଡ଼ା ନେଇ ସପରିବାରେ ରହୁଛନ୍ତି । ତାଙ୍କ ଝିଅ ହେଉଛନ୍ତି ଈଶ୍ୱରୀ ଦାସ । କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । କଲେଜ ଛୁଟିଥିବାରୁ ଈଶ୍ୱରୀ ଘରକୁ ଆସିଥିଲେ । ସୋମବାର ରାତିରେ ଭଡ଼ା ଘର ଉପର ମହଲାରେ ସେ ଏକାକୀ ଶୋଇଥିଲେ । ଆଉ ତାଙ୍କ ପରିବାର ଲୋକେ ତଳ ମହଲାରେ ଶୋଇଥିଲେ । ଗତକାଲି ଈଶ୍ୱରୀଙ୍କ ମୃତଦେହ ଝୁଲୁଥିବା ପଡ଼ୋଶୀ ଝରକାରେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ କାଳନ୍ଦୀଙ୍କୁ ଜଣାଇଥିଲେ । ଏହା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ପୋଲିସ ମୃତଦେହ ପାଖରୁ ଗୋଟିଏ ହାତ ଲେଖା ଚିଠି ଜବତ କରିଥିଲା । ଚିଠିଟି ଈଶ୍ୱରୀ ଲେଖିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking